ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ, କେସିଙ୍ଗାରେ ପାଳନ ହେଲା ଭିଜିଲାନ୍ସ ସପ୍ତାହ

Published By : Prameya-News7 Bureau | October 28, 2021 IST

କଳାହାଣ୍ଡି, ୨୮/୧୦: ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ କେସିଙ୍ଗା ଓ ଉତ୍କେଲା ଗ୍ରାମ ପଂଚାୟତଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ଏହି ଅବସରରେ ଲାଞ୍ଚ ନେବା ଓ ଦେବା ଉଭୟ ଦୋଷ। ଏଣୁ ଜନସାଧାରଣ ସରକାରୀ ଅଧିକାର ପାଇବାକୁ କୈାଣସି ଲାଞ୍ଚ ନ ଦେବାକୁ ଓ ସରକାରୀ କର୍ମଚାରୀ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଲାଞ୍ଚ ନ ମାଗିବାକୁ ଶପଥ ପାଠ କରାଇଥିଲେ।

କେସିଙ୍ଗା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ତଥା ଉତ୍କେଲା ଗ୍ରାମ ପଂଚାୟତରେ ପଂଚାୟତ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଛି। କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ ଓଡୁ ସରକାରୀ କର୍ମଚାରୀ ଲୋକଙ୍କ ସେବା ପାଇଁ ନିୟୋଜିତ । ଏଣୁ ସରକାର ସମସ୍ତ ଯୋଜନା ତାଙ୍କ ନିକଟରେ ପହଞ୍ଚାଇବା ତାଙ୍କ ଧର୍ମ । ଏଥିରୁ ଯଦି କେହି ବ୍ୟତିକ୍ରମ କରେ ଲୋକ ତାର ପ୍ରତିବାଦ କରନ୍ତୁ ଏବଂ ଦୁର୍ନୀତି ମୁକ୍ତ ସମାଜ ଗଠନ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଉତ୍କେଲା ପଂଚାୟତରେ ସରପଂଚ ସଂଗୀତା ବାଗ ଓ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଲମ୍ବୁଧର ଶୀଖା ପ୍ରମୁଖ ଶପଥ ପାଠ କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.