ଧରାପଡିଲେ RWSS ଜେଇ ସୁନୀଲ କୁମାର ପାଢୀ, ଭିଜିଲାନ୍ସ ଚଢାଉ ବେଳେ ମାରିଥିଲେ ଚମ୍ପଟ

Published By : Prameya-News7 Bureau | November 30, 2023 IST

ଭୁବନେଶ୍ବର ୩୦।୧୧: ଧରାପଡିଲେ ଚମ୍ପଟ ମାରିଥିବା ଜେଇ ସୁନୀଲ କୁମାର ପାଢୀ । ଭିଜିଲାନ୍ସ ଚଢାଉ ବେଳେ ପଡୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇଯାଇଥିଲେ । ପଡୋଶୀଙ୍କ ଘରେ ଲୁଚିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ତେବେ ଧରାପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ।

ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ପରେ ଏବେ ପୁଅ ଆରଡ଼ବ୍ଲୁଏସଏସ ଯନ୍ତ୍ରୀ ସୁନୀଲ କୁମାର ପାଢୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସ ଚଢାଉ କରିଛି । ଗୁରୁବାର ଭିଜିଲାନ୍ସ ଟିମ୍ ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ଯନ୍ତ୍ରୀଙ୍କ ପୈତୃକ ଘରେ ଚଢ଼ାଉ କରିଛନ୍ତି ।

wp:embed {"url":"https://www.prameyanews7.com/vigilance-raid-on-rwss-junior-engineer-sunil-ku-padhis-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-raid-on-rwss-junior-engineer-sunil-ku-padhis-house/
/wp:embed

ଆୟ ବହିର୍ଭୂତ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଏକକାଳୀନ ଭାବେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ କର୍ମଚାରୀ ଓ୍ବାରେଣ୍ଟ ଧରି ଚଢ଼ାଉ କରିଛନ୍ତି । ଭୁବନେଶ୍ୱର ଜାଗମରା ସ୍ଥିତ ମଲ୍ଲିକ କମ୍ପ୍ଲେକ୍ସ ପ୍ଲଟ୍ ନମ୍ବର- ୫୦୦/୫୧୨୦ର ତିନି ମହଲା କୋଠା, ଆସିକା କଳିଙ୍ଗ ରୋଡ୍ ମାର୍କେଟ ବିଲଡିଙ୍ଗ, ଆସିକା ସୁନାମ ସାହି ବାସଭବନ, ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ଆରଡବ୍ଲୁଏସଏସ କାର୍ଯ୍ୟାଳୟ ଠାରେ ଚଢାଉ କରି ଅନେକ ନଥିପତ୍ର ଜବତ ସାଙ୍ଗକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

wp:html /wp:html

You Can Read:

wp:embed {"url":"https://www.prameyanews7.com/boy-child-drowned-in-pond-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/boy-child-drowned-in-pond-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.