ସରକାରୀ ଅର୍ଥ ଆତ୍ମସାତ ପଡିଲା ମହଙ୍ଗା, ପଞ୍ଚାୟତ କାର୍ଯ୍ୟାଳରେ ଭିଜିଲାନ୍ସର ଛାନ୍ଭିନ୍
2/06/2023 at 3:49 PM

ଯାଜପୁର ୨।୬: ମନେରେଗା କାର୍ଯ୍ୟରେ ମାଟି ନପକାଇ ମିଥ୍ୟା ବିଲ କରି ୨ ଲକ୍ଷ ୭୦ ହଜାର ଟଙ୍କା ମିଥ୍ୟା ବିଲ୍ କରି ଚଳୁ କରିଥିଲେ ପୂର୍ବତନ ପିଇଓ ନିମଳ ପଣ୍ଡା । ଯାହାକୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା । ଲୋକୟୁକ୍ତ ଏହାକୁ ଅନୁକରଣ କରି ଡ଼ାଇରେକ୍ଟର ଅଫ ଇନକ୍ୱାରୀକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ବିଫଳ ହେବା ପରେ ଶେଷକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଭିଜିଲାନ୍ସ ଟିମ ପୂର୍ବରୁ ଇମାମନଗର ଗ୍ରାମରେ ପହଂଚି ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଯଥା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ପଣ୍ଡା, ଜିଆରଏସ ଚିନ୍ମୟୀ କର, ପୂର୍ବତନ ସରପଞ୍ଚ ରୀନା ମଳିକ, ଜେଇ ପ୍ରଶାନ୍ତି ଗଡନାୟକ ଓ ସହକାରୀ ଯନ୍ତ୍ରୀ ଜତୀନ୍ଦ୍ର ମୋହନ ସ୍ୱାଇଁ ଙ୍କ ନାମରେ ଭିଜିଲାନ୍ସରେ ଫୌଜଦାରୀ ମାମଲା ରଜ୍ଜୁ ହୋଇଛି । ତେବେ ଶୁକ୍ରବାର ଯାଜପୁର ଭିଜିଲାନ୍ସ ଡିଏସ୍ପି ପଂଚାୟତ କାର୍ଯ୍ୟାଳୟରେ ପହଂଚି କାଗଜପତ୍ର ଯାଞ୍ଚ କରିଥିଲେ । ଏହାସହ ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା ସେ ସବୁର ଦସ୍ତଖତ ଯାଞ୍ଚ କରିଛି ଭିଜିଲାନ୍ସ ଟିମ ।
You Can Read :