ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି

Published By : Prameya-News7 Bureau | March 08, 2021 IST

କଟକ,୦୮/୦୩: ଟିକା ନେବା ପରେ ପଜିଟିଭ୍ ।  କୋଭିଡ ପ୍ରଥମ ଡୋଜ୍‌ ଟିକା ନେବା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭିଜିଲାନ୍ସ ବିଭାଗର ଜଣେ ଏସ୍‌ପି । ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ୬ ସପ୍ତାହ ମନା କରାଯାଇଛି । ଏହି ଘଟଣା କଟକରେ ପ୍ରଥମ ବୋଲି କୁହାଯାଉଛି ।

ସୂଚନାନୁସାରେ, ଜାନୁଆରୀ ୧୬ ତାରିଖରୁ କଟକରେ କରୋନା ଟିକାକରଣ ଆରମ୍ଭ ହେଲାଣି । କିନ୍ତୁ ଟିକା ନେବା ପରେ କଟକରେ କେହି କରୋନା ପଜିଟିଭ ହେବା ପ୍ରଥମ ଘଟଣା । ଅବଶ୍ୟ ସଂପୃକ୍ତ ଏସ୍‌ପିଙ୍କ ଟିକାକରଣ ସଂପୂର୍ଣ୍ଣ ହୋଇନାହିଁ । କାରଣ ସେ ଦ୍ୱିତୀୟ ଡୋଜ୍‌ ଟିକା ନେଇନଥିଲେ ।

ଏହି ଘଟଣାକୁ ନେଇ ଡାକ୍ତର କହିଛନ୍ତି ଯେ, ଦ୍ୱିତୀୟ ଡୋଜ୍‌ ନେବାର ୨୮ ଦିନ ପରେ ଶରୀରରେ କରୋନା ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥାଏ । ତେଣୁ ଏସ୍‌ପି ଜଣଙ୍କ ପ୍ରଥମ ଡୋଜ୍‌ ଟିକା ନେବା ପରେ କରୋନା ଆକ୍ରାନ୍ତ ହେବା ଆଶ୍ଚର୍ଯ୍ୟଜନକ କଥା ନୁହେଁ । ତେବେ ଏଭଳି ଘଟଣା ଟିକାର ସଫଳତା ଉପରେ ଏକ ନକାରାତ୍ମକ ପ୍ରଭାବ ପକାଉଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.