oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଷ୍ଟାଫ୍ ସିଲେକ୍ସନ୍‌ ଅଫିସ୍‌ରେ ଭିଜିଲାନ୍ସ, ପିଏସ୍‌ ବିରଞ୍ଚି ସାହୁ ମାମଲାରେ କରୁଛନ୍ତି ଯାଞ୍ଚ

3/08/2021 at 2:45 PM

ଭୁବନେଶ୍ୱର, ୦୩/୦୮: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଷ୍ଟାଫ୍ ସିଲେକ୍ସନ୍‌ ଅଫିସ୍‌ରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ । ଦୁଇ ଅଫିସର୍‌ଙ୍କୁ ନେଇ ଭିଜିଲାନ୍ସ ବିଭାଗର ଏକ ଟିନ୍‌ ଏହି ଯାଞ୍ଚରେ ସାମିଲ୍‌ ହୋଇଛନ୍ତି ।  ଷ୍ଟାଫ୍ ସିଲେକ୍ସନ୍‌ ସଦସ୍ୟଙ୍କ ପିଏସ୍‌ କୋଟିପତି ବିରଞ୍ଚି ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ପରେ ତାଙ୍କ ଠାରୁ ପାଖାପାଖି ୪ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା ।  

ଗତକାଲି ଷ୍ଟାଫ ସିଲେକସନ କମିସନଙ୍କ ବ୍ୟକ୍ତିଗତ ସଚିବ କୋଟିପତି ବିରଞ୍ଚି ସାହୁଙ୍କୁ ଚାକିରୀରୁ ବିଦା କରିଥିଲେ ରାଜ୍ୟ ସରକାର । ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥିସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ । ତେବେ ଏହି ମାମଲାରେ ଷ୍ଟାଫ୍ ସିଲେକ୍ସନ୍‌ ଅଫିସ୍‌ରୁ କୌଣସି ତଥ୍ୟ ମିଳିବା ନେଇ ଯାଞ୍ଚ କରୁଛି ବିଭାଗ ।

   Related Posts