ତେଲକୋଇ ୦୨/୦୯: ଖଣି ଉପ-ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ । ଖଣି ଉପ-ନିର୍ଦ୍ଦେଶକ ଧରଣିଧର ନାୟକଙ୍କ ଘରେ ରେଡ୍ । ଏକକାଳୀଳ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍। କେନ୍ଦୁଝର ,ତାଳଚେର, ତେଲକୋଇ, ଭୁବନେଶ୍ବରରେ ରେଡ୍ । ଛାମୁଣ୍ଡା ଗାଁ ସ୍ଥିତ ପୈତୃକ ଘର ରେଡ୍ । ତାଳଚେର ଅଫିସ୍ ଓ ଜଗମୋହନ ପୁର ସ୍ଥିତ ଦୋକାନ ଘରେ ରେଡ୍ । ଭୁବନେଶ୍ବରରେ କିଣିଥିବା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ।
ସୂଚନା ଥାଉକି, ତାଳଚେର ଖଣି ଉପ-ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡ଼ାରେ ଥିବା ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।