ଯେତେ ଖୋଜିଲେ, ସେତେ ବାହାରୁଛି ; ସରୁନି ସମ୍ପତ୍ତି ହିସାବର ତାଲିକା

Published By : Prameya-News7 Bureau | January 12, 2023 IST

ସୁନ୍ଦରଗଡ଼ ୧୨।୦୧ : ଯେତେ ଖୋଜିଲେ ସେତେ ବାହାରୁଛି । ସରୁନି ସମ୍ପତ୍ତି ହିସାବର ତାଲିକା । ସୁନ୍ଦରଗଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମନିହିରଙ୍କ ଘରେ ଆଜି ବି ରେଡ୍ କରିଛି ଭିଜିଲାନ୍ସ ।

{"id":732227,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଗ୍ରାମଙ୍କ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବୁର୍ଲାରେ ୩ ମହଲା ଘର ଏବଂ ୫ଟି ପ୍ଲଟ, ବଲାଙ୍ଗୀରରେ ଦୁଇଟି ଦୁଇ ମହଲା ବିଶିଷ୍ଟ ଘର, ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୩୭୧ ଗ୍ରାମର ସୁନା, ଗୋଟିଏ ୪ ଚକିଆ ଏବଂ ୩ଟି ଦୁଇ ଚକିଆ ଗାଡି, ବ୍ୟାଙ୍କ ଏବଂ ଇନ୍ୟୁରାନ୍ସ ଡିପୋଜିଟ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

{"id":732229,"sizeSlug":"full","linkDestination":"none"}

ତେବେ ଚଢାଉକୁ ୨୪ ଘଣ୍ଟା ହୋଇଯାଇଥିଲେ ବି ଏବେ ସୁଦ୍ଧା ସରିନି ସମ୍ପତ୍ତି ହିସାବର ତାଲିକା । ଗୁରୁବାର ସକାଳୁ ବି ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.