Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କୁବେର ସହକାରୀ ଯନ୍ତ୍ରୀ, ଭୁବନେଶ୍ୱର-ଢେଙ୍କାନାଳରେ ଅଛି ୨୮ଟି ପ୍ଲଟ୍

12/07/2022 at 1:07 PM

ଭୁବନେଶ୍ୱର ୧୨।୦୭ : ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ରେଡ୍‌ରୁ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱର ଓ ଢେଙ୍କାନାଳରୁ ରହିଛି କେବଳ ୨୮ଟି ପ୍ଲଟ । ଯାହାର ଆନୁମାନିକ  ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟମ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଛି । ଖାସ୍‌ କରି ଭୁବନେଶ୍ବର ଓ ଢେଙ୍କାନାଳରେ ୨୮ଟି ପ୍ଲଟ ଠାବ ହୋଇଛି । ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଏବଂ ଢେଙ୍କାନାଳରେ ୨୧ଟି ପ୍ଲଟ ଠାବ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଘରୁ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ତିନି ମହଲା ବିଲ୍ଡିଂ, ଢେଙ୍କାନାଳ ଟାଉନରେ ୨ଟି ବିଲ୍ଡିଂ, ଢେଙ୍କାନାଳ ମୋଟଙ୍ଗା ଗୁନାଦେଈରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାବାଦ୍ ରେଡ୍‌ରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଡିପୋଜିଟ୍ ମିଳିଛି । ୧୧ ଲକ୍ଷ ଟଙ୍କାର ଗୋଟିଏ ୪ ଚକିଆ ଗାଡି ଏବଂ ୨ଟି ଦୁଇ ଚକିଆ ଗାଡି ଜବତ ହୋଇଛି ।

   Related Posts