ଭିଜିଲାନ୍ସ ହାବୁଡରେ ଜୁନିୟର ଇଞ୍ଜିନିୟର, ଚଢାଉ ବେଳେ ଖସି ପଳାଇଗଲେ JE

Published By : Prameya-News7 Bureau | November 30, 2023 IST

ଭୁବନେଶ୍ବର ୩୦।୧୧: ଭୁବନେଶ୍ୱର RWSSର ଜୁନିୟର ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ୫ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ୬ ଜଣ DSP, ୩ ଜଣ ଇନ୍ସପେକ୍ଟର, ୭ଜଣ ASI ଚଢାଉରେ ସାମିଲ ଅଛନ୍ତି ।

ଜୁନିୟର ଇଞ୍ଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଜାଗମରା ସ୍ଥିତ ପାଢ଼ୀ ଭିଲ୍ଲା ସମେତ, ଭୁବନେଶ୍ୱରର RWSS ଅଫିସ, ଆସ୍କା ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି । ଗୁରୁବାର ସକାଳେ ଭିଜିଲାନ୍ସ ଟିମ୍ ଘର କବାଟ ବାଡାଇବା ବେଳକୁ ବାଲକୋନୀକୁ ଯାଇ ପାଖ ବିଲଡିଂକୁ ଡେଇଁ ପଳାଇଥିଲେ ଇଞ୍ଜିନିୟର ସୁନୀଲ ।

You Can Read:

wp:embed {"url":"https://www.prameyanews7.com/one-die-as-truck-collides-head-on-with-bike-in-tigiria/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-die-as-truck-collides-head-on-with-bike-in-tigiria/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.