ଭିଜିଲାନ୍ସ ଜାଲରେ କୋଟିପତି ଇଡିକଲ ଅଧିକାରୀ, ବିଭିନ୍ନ ସହରରେ ରହିଛି ୧୩ ଦାମୀ ପ୍ଲଟ୍, ୧୫ ଆକାଉଣ୍ଟ୍
20/12/2022 at 6:40 PM

ଭୁବନେଶ୍ୱର, ୨୦/୧୨: ଭିଜିଲାନ୍ସ ଜାଲରେ କୋଟିପତି ଇଡିକଲ ଅଧିକାରୀ । ଇଡକଲ ଅଧିକାରୀ ଗୟା ସାନ୍ତରାଙ୍କ ସାତଗୋଟି ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ଆୟ ବହିର୍ଭୁl ସମ୍ପତ୍ତି ଜବତ କରାଯାଇଛି । ସୋମବାର ସକାଳୁ ସକାଳୁ ଭୁବନେଶ୍ବର ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିୟାଲ ଇଷ୍ଟେଟରେ ଥିବା ଜୋନ ଏ, ସେକ୍ଟର ଏ ବାଇ ୬୩ ରେ ଥିବା ଘର ଓ ଇଣ୍ଡଷ୍ଟ୍ରି ସହିତ ଜୟଦେବ ବିହାର ଠାରେ ଥିବା ଅର୍ଦ୍ଧ ନିର୍ମିତ ଚାରି ମହଲା କୋଠା ।
କୋରାପୁଟ ସୁଙ୍କିରେ ଥିବା ଭଡାଘର, ସିମାଗୋଡାରେ ଥିବା ଅଫିସ, ନୟାଗଡରେ ଥିବା ପୈତୃକ ଘର ଓ ରାୟଗଡାରେ ଥିବା ଶ୍ବଶୁର ଘରେ ଚଢାଉ କରାଯାଇଥିଲା । ଭୁବନେଶ୍ବର ଘରୁ ପ୍ରାୟ ୧୫ ଗୋଟି ବ୍ୟାଙ୍କରେ ଥିବା ଆକାଉଣ୍ଟ, ସୁନା ଗହଣା, ନଗଦ ଟଙ୍କା ସହିତ ଦୁଇଟି ଚାରି ଚକିଆ ଗାଡି ଓ ଭୁବନେଶ୍ବର, ନୟାଗଡ ଓ ଯାଜପୁରରେ ଥିବା ୧୩ ଗୋଟି ଦାମି ପ୍ଲଟର କାଗଜପତ୍ର ଜବତ କରାଯାଇଥିଲା ।
ଏବେବି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଜଣାପଡିଛି । ଚଢାଉ ବେଳେ ଭିଜିଲାନ୍ସ ନିର୍ଦ୍ଦେଶକ ଜଶୋବନ୍ତ ଜେଠବାଙ୍କ ନିର୍ଦ୍ଦେଶ କ୍ରମେ ୭ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟରଙ୍କ ସମେତ ୭ ଜଣ ଏଏସଆଇ ଚଢାଉରେ ସାମିଲ ହୋଇଛନ୍ତି । ତେବେ ଗୟା ସାନ୍ତାରାଙ୍କ ପୁଅଙ୍କ କହିବା କଥା ଏହା ତାଙ୍କ ସ୍ବ ଅର୍ଜିତ ସମ୍ପତ୍ତି ।