୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଡିଓ, ମାଡ଼ିବସିଲା ଭିଜିଲାନ୍ସ

Published By : Prameya-News7 Bureau | September 26, 2022 IST

ବଲାଙ୍ଗୀର ୨୬/୦୯: ଭିଜିଲାନ୍ସ ପଞ୍ଝାରେ ବ୍ଲକ ବିଡ଼ିଓ l ଠିକା କାମରେ ପିସି l ଲାଂଚ ହେଲା କାଳ । ସରକାରୀ ଠିକା କାମ ଦେବା ପାଇଁ ଠିକାଦାରଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଅଗ୍ରୀମ ଲାଂଚ ନେଇ ଫସିଗଲେ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବି.ଡି.ଓ ବିନୋଦ କୁମାର ନାଏକ । ବ୍ଲକର ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଗୋପାଳ ବେହେରାଙ୍କ ଠାରୁ ଅଗ୍ରୀମ ଟଙ୍କା ଦାବୀ କରିଥିଲେ ବି.ଡି.ଓ । ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଗୋପାଳ ।

ପୂର୍ବ ଯୋଜନା ମୁତାବକ ତୁଷୁରା ନିକଟ, ଦେଉଳଗୁଡି ଛକ ଠାରେ ବି.ଡି.ଓ ଲାଂଚ ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ । ସମ୍ୱଲପୁର ଭିଜିଲାନ୍ସ ଏସ.ପିଙ୍କ ନିର୍ଦ୍ଦେଶରେ ଆଜି ବରଗଡ ଭିଜିଲାନ୍ସ ଟିମ ବି.ଡି.ଓଙ୍କୁ ଟ୍ରାପ କରିଥିଲା । ବି.ଡି.ଓଙ୍କ ଗୁଡଭେଲା ବ୍ଲକ ଅଫିସ ଏବଂ ତୁଷୁରା ଠାରେ ଥିବା ବାସଭବନ ଓ ବଲାଙ୍ଗୀର ସହର ସାଗରପଡା ସ୍ଥିତ ଘରରେ ରେଡ କରିଛି  ଭିଜିଲାନ୍ସ l ସେପଟେ ଧରାପଡିବା ପରେ ଗଣମାଧ୍ୟମ ଆଗରେ ସାଙ୍ଘାତିକ ପ୍ରତିକ୍ରିୟା l

ବ୍ଲକ ଚେୟାରମ୍ୟାନଙ୍କ ସ୍ଵାମୀ ଅଶୋକ ଦୋରା ତାଙ୍କୁ ଫସାଇଥିବା କହିବା ସହ ବ୍ଲକରେ ବିଭିନ୍ନ ସମୟରେ କାମକୁ ନେଇ ଅଶୋକ ବିଡ଼ିଓଙ୍କ ଉପରେ ରାଗ  ରଖୁଥିବା କହିଛନ୍ତି । ତା ସାହ ବିଡ଼ିଓ ଯିବାପରେ ବ୍ଲକରେ ଚାଲିଥିବା ବେଆଇନ କାମକୁ ବନ୍ଦ କରିଥିବା ସହ ଚେୟାରମ୍ୟାନଙ୍କ ସ୍ଵାମୀଙ୍କ ବିଭିନ୍ନ ବେଆଇନ  କାମ ବନ୍ଦ କରିଦେଇଥିବାରୁ ଏଭଳି ଫସାଇଥିବା  କହିଛନ୍ତି ବିଡ଼ିଓ l ତେବେ ଆଜି  ଅଶୋକ  ଦୋରାଙ୍କ ଘରକୁ ବିଡ଼ିଓଙ୍କୁ ଡାକିଥିଲେ ଓ ସେଠାକୁ  ଯିବା ସମୟରେ ଏଭଳି ଟଙ୍କା ତାଙ୍କୁ ଧରାଇ ଭିଜିଲାନ୍ସରେ ଫସାଇଥିବା କହୁଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.