କାରରେ ୧୦ ଲକ୍ଷ ଟଙ୍କା ନେଇ ଘରକୁ ଆସୁଥିଲେ ଅଧିକ୍ଷଣ ଯନ୍ତ୍ରୀ, ମାଡ଼ି ବସିଲା ଭିିଜିଲାନ୍ସ

Published By : Prameya-News7 Bureau | October 09, 2021 IST

ଯାଜପୁର, ୦ ୯/୧୦: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ତାଙ୍କଠାରୁ ଭିଜିଲାନ୍ସ ୧୦ ଲକ୍ଷ ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଶ୍ରୀ ସାହୁ କେଉଁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ଥିବା ଜଣାପଡ଼ିଛି ।  

ବିଧାନ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଆସୁଥିବା ସମୟରେ ବିଶେଶ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କ ଉପରେ ଚଢାଉ କରିଥିଲା । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ତାଙ୍କୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସ୍ପି ଅକ୍ଷୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.