ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡ୍ରଗସ ରେଞ୍ଜ-୧ର ଦୁଇ କର୍ମଚାରୀ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ବିଭାଗ

Published By : Prameya-News7 Bureau | October 27, 2022 IST

ବ୍ରହ୍ମପୁର, ୨୭/୧୦: ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡ୍ରଗସ ରେଞ୍ଜ-୧ର ଦୁଇ କର୍ମଚାରୀ । ମେଡ଼ିସିନ ଦୋକାନ ସାଇଟ ପରିବର୍ତ୍ତନ କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ କର୍ମଚାରୀ । ଜଣେ କନିଷ୍ଠ କିରାଣୀ ଜୟନ୍ତ କୁମାର ମଲ୍ଲିକ୍‌ ଏବଂ ଅନ୍ୟ ଜଣେ ହେଉଛନ୍ତି ଡାଟା ଏଣ୍ଟ୍ରି ଅପରେଟର ପ୍ରେମାଞ୍ଜନ ସ୍ୱାଇଁ । ବ୍ରହ୍ମପୁର ବିଭାଗୀୟ କାର୍ଯ୍ୟାଳୟ ଏବଂ ଗାଜପତି ନଗର ୧୦ମ ଗଳିର ଭଡା ଘରେ ଚଢ଼ାଉ କରାଯାଇ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.