ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍, ବାସଭବନ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ
20/12/2022 at 9:53 AM

କୋରାପୁଟ ୨୦/୧୨: ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରା କୋରାପୁଟ, ମୁନିଗୁଡା, ନୟାଗଡ଼ ଓ ଭୁବନେଶ୍ୱର ମଞ୍ଚେଶ୍ୱରରେ ରେଡ କରୁଛି ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ ।
ଭୁବନେଶ୍ୱରର ୩ଟି, କୋରାପୁଟର ୨ଟି, ନୟାଗଡ଼ ଓ ରାୟଗଡ଼ାରେ ଚାଲିଛି ରେଡ୍ । ମଞ୍ଚେଶ୍ବର ସେକ୍ଟର-A , ଜୋନ୍ Dରେ ଥିବା ୩ ମହଲା ବିଲଡ଼ିଂର ପ୍ଲଟ୍ ନମ୍ବର ୬୩, ସମାନ ଅଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟର୍ସର ବ୍ୟବସାୟୀକ ଅଞ୍ଚଳ, ଜୟଦେବ ବିହାରରେ ନିର୍ମାଣାଧିକ ୪ମହଲା କୋଠାରେ ଚାଲିଛି ରେଡ୍ , କୋରାପୁଟ ସୁଙ୍କି ଗେଟ୍ ନିକଟରେ ଥିବା ଭଡ଼ା ଘର, ସିମାଗୋଡ଼ା ଆମ୍ପା ଭାଲିରେ ଥିବା ଅଫିସ ଚାମ୍ବରରେ ଚାଲିଛି ରେଡ୍ ।
ନୟାଗଡ଼ ଓଡ଼ଗାଁରେ ଥିବା ପୈତୃକ ଘର ଓ ରାୟଗଡ଼ା ମୁନିଗୁଡ଼ାରେ ଥିବା ଶ୍ବଶୁର ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଛାପା । ଚଢାଉରେ ୭ ଡିଏସପି, ୪ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟରଓ ୭ ଏଏସଆଇ ସାମିଲ ଅଛନ୍ତି ।