ବନ୍ଧା ହେଲେ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ରେଡ୍ କରିଥିଲା ଭିଜିଲାନ୍ସ

Published By : Prameya-News7 Bureau | December 17, 2020 IST

ସୁନ୍ଦରଗଡ ୧୭।୧୨ : ବନ୍ଧା ହେଲେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ଗିରଫ ହୋଇଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ମଙ୍ଗଳବାର ଚଢାଉ କରିଥିଲା ଭିଜିଲାନ୍ସ  । ଏକା ସାଙ୍ଗରେ ୬ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା  । ଚଢାଉରେ ପ୍ରାୟ ୨ କୋଟି ୩୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ,  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ରେଡ୍‌ ଜାରି ରହିଛି । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏଡିବି କଲୋନୀ କ୍ବାର୍ଟର  ନଂ-୭,  ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ,  ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ସମ୍ପର୍କୀୟଙ୍କ ଘର ଚଢାଉ ହୋଇଥିଲା । ପୂର୍ବରୁ ବ୍ୟାପକ ଅର୍ଥ ହେରଫେର କରିଥିବାର ଅଭିଯୋଗ  ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.