ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

Published By : Prameya-News7 Bureau | November 20, 2024 IST

ସୋନପୁର ୨୦।୧୧ : ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ସୋନପୁର ଜିଲ୍ଲା ଯୋଗାଣ ଓ ଖାଉଟ୍‌ କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକାସାଙ୍ଗେ ଅନେକ ସ୍ଥାନରେ ମଧ୍ୟ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ ଚାଲିଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ସ୍ଥାନ ମଧ୍ୟରେ ସୋନପୁର ସ୍ଥିତ ଭଡ଼ା ଘର ଓ ଅଫିସ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍‌ ସୂଚନା ମିଳିନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । 

 

  • Vigilance
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.