ଭିଜିଲାନ୍ସ ଜାଲରେ କୋଟିପତି ସେକ୍ସନ ଅଫିସର: ଏକକାଳୀନ ୪ ସ୍ଥାନରେ ଚଢ଼ଉ, ଲକରରୁ ବାହାରିଲା ସୁନା-ଅଳଙ୍କାର
2/12/2020 at 7:49 PM

ଜଗତସିଂହପୁର୨/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଜିଲ୍ଲାପାଳଙ୍କ ଅଫିସ ସମେତ ନିଜ ଘର ସାତପୁରା, କଟକ ଓ ପାଣିସାଳିଆ ଭଡାଘର ସମେତ ୪ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି। ସ୍ପେଶାଲ ଜଜ୍ ଓ ଭିଜିଲାନ୍ସ ଜଜ୍ଙ୍କ ମିଳିତ ଉଦ୍ୟମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ୪ଟି ଟିମ୍ରେ ୯ ଜଣ ଇନ୍ସପେକ୍ଟର ସମେତ ୩୦ ଜଣ କର୍ମଚାରୀ ଏକ କାଳୀନ ଚଢ଼ାଉ ଜାରି ରଖିଛନ୍ତି।
ସୂଚନାଥାଉକି ସଂଯୁକ୍ତା ଦାସ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲା ପଞ୍ଚାୟତ ବିଭାଗରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରନ୍ତି। ସଂଯୁକ୍ତାଙ୍କ ସାତପୁରରେ ବିଳାସପୂର୍ଣ ଘର ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ପଛପଟେ ୨ମହଲା ଘର, କଟକ ଆଦିତ୍ୟ ରେସିଡେନ୍ସିରେ ଆପାର୍ଟମେଣ୍ଟ ମଧ୍ୟ ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜମିପଟା, ୩୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ ପାସବୁକ ଓ ୧୦ଟିରୁ ଅଧିକ ଏଟିଏମ କାର୍ଡ ଜବତ ହୋଇଛି । ଏହା ସହିତ ବ୍ୟାଙ୍କରେ ଏକ ଲକର ରହିଛି। ଏହି ଲକରେ ଟଙ୍କା ଓ ସୁନା ଅଳଙ୍କାର ରହିଥିବା ଜଣାପଡିଛି।