ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଘରୁ ଜବତ ହେଲାଣି ନଗଦ ୧୧ଲକ୍ଷରୁ ଅଧିକ ଟଙ୍କା
9/01/2023 at 1:00 PM

ରାୟଗଡ଼ା ୦୯।୦୧ : ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ । ରାୟଗଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଠାରୁ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏକାକାଳୀନ ବିଭିନ୍ନ ସ୍ଥାନରେ ଚଢାଉ ।

ଖବର ଅନୁଯାୟୀ, ରବିବାର ରାତିରେ ନଗଦ ୬ ଲକ୍ଷ ଟଙ୍କା ଧରି ନିଜ ବୁଲେଟରେ ଯାଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ରାୟଗଡ଼ା ସହରର ଅରବିନ୍ଦ ନଗରରେ ତାଙ୍କୁ ଧରି ଯାଞ୍ଚ କରିବା ସମୟରେ ନଗଦ ଟଙ୍କା ମିଳିଥିଲା। ଏହାପରେ ତାଙ୍କର ରାୟଗଡ଼ା ସହରରେ ଥିବା ଭଡାଘରେ ଯାଞ୍ଚ ହୋଇଛି।

ସେହିଭଳି ନବରଙ୍ଗପୁର ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ପାତ୍ରପଡାରେ ତାଙ୍କ ପତ୍ନୀ ରହୁଥିବା ଘରେ ମଧ୍ୟ ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍। ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜବତ ଟଙ୍କାର ହିସାବ ଦେଇପାରିନଥିବାରୁ କିଶୋରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ । ବେଆଇନ ଭାବେ ଏହି ଟଙ୍କା ଆୟ କରିଥିଲେ କିଶୋର।