ଧରାପଡିଲେ ଲାଞ୍ଚୁଆ କୃଷି ଅଧିକାରୀ, ଦେଢ ଲକ୍ଷ ଟଙ୍କାର ନେଉଥିଲେ ଲାଞ୍ଚ

Published By : Prameya-News7 Bureau | August 09, 2022 IST

ପଦ୍ମପୁର ୦୯।୦୮: ଲାଞ୍ଚ ନେଇ ଧରାପଡିଲେ ସହାୟକ କୃଷି ଅଧିକାରୀ । ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବଳେ ଧରିଲା ଭିଜିଲାନ୍ସ ।

ଖବର ଅନୁଯାୟୀସ ଲାଇଲେନ୍ସ ବାତିଲ କରିବା ଧମକ ଦେଇ ସାର ଡିଲରଙ୍କଠାରୁ ନେଉଥିଲେ ଲାଞ୍ଚ । ପାଇକମାଳ ନୃସିଂହନାଥ ରୋଡ଼ରେ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହି ଆଧାରରେ ସହାୟକ କୃଷି ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ । ବରଗଡ ପାଇକମାଳସ୍ଥିତ ଅଫିସ, ଭୁବନେଶ୍ବର ଶୈଳେଶ୍ରୀ ବିହାରସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.