ପିଏସ୍‌ଙ୍କ ଘରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା ପୁଳା ପୁଳା ସୁନା, ତଥାପି ସରୁନି ଗଣତି, ଜାରି ରହିଛି ଚଢ଼ଉ

Published By : Prameya-News7 Bureau | July 30, 2021 IST

ଭୁବନେଶ୍ୱର, ୩୦/୦୭: ବିଡା ବିଡା ଟଙ୍କା ପୁଳା ପୁଳା ସୁନା ଗହଣା । ଏକାଧିକ ପ୍ଲଟ । ଏଭଳି କୋଟିପତି ବାବୁଙ୍କ ଆସିଛି ସଙ୍ଗିନ ମାମଲା । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପିଏସ ବା ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ ଘରୁ ମିଳିଛି କୁଢ଼ କୁଢ଼ ସମ୍ପତି । ବିରଞ୍ଚିଙ୍କ ଠାରୁ ଆହୁରି ସମ୍ପତ୍ତି ମିଳିବା ପାଇଁ ଖୋଳତାଡ଼ ଚଳାଇଛି ଭିଜିଲାନ୍ସ ।

ଚାକିରୀ କରାଇଦେବାକୁ ନେଉଥିଲେ କି ବିଡା ବିଡା ନଗଦ ଟଙ୍କା ? ଲାଞ୍ଚ ନେଇ କରୁଥିଲେ କି ଲୋକଙ୍କ ସହ ଖେଳ । ଓଡିଶା ଷ୍ଟାଫ ସିଲେକ୍ସନ ପିଏସ ବା ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ ନାଁରେ ଆସିଥିଲା ସଙ୍ଗିନ ମାମଲା । ନିଳାଦ୍ରୀବିହାର ପ୍ଲଟ ନମ୍ବର ୩୦୨ ରେ  ପୁଳା ପୁଳା ସୁନା ଅଳଙ୍କାର, ବିଡା ବିଡା ବାହାରୁଛି ୫୦୦ ଓ ୨୦୦୦ ଟଙ୍କିଆ ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ ଟିମ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପିଏସ ବା ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ  ନିଳାଦ୍ରୀବିହାର ଘରେ ଭିଜିଲାନ୍ସ ଚଢାଉ କରିଛି ।

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଭୁବନେଶ୍ୱର, କଟକ ସମେତ ୬ଟି ଜାଗାରେ ଏକକାଳୀନ ଚଢାଉ କରିଛି । ଚଢାଉ ବେଳେ ବିରଞ୍ଚି ସାହୁଙ୍କ ଘରୁ ବିଡା ବିଡା ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ ଟିମ ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପିଏସ ବା ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ ନେଇ ଅଭିଯୋଗ ଆସିଥିଲା ।

ସେହିପରି ପି ଏସ ବିରଞ୍ଚି ଦୁଇଥର ବିଦେଶ ବୁଲିବାକୁ ଯାଇଥିବା ଜଣାପଡିଛି । ବିଦେଶୀ ମୁଦ୍ରା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।  ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଂଟ ବଳରେ ଶୁକ୍ରବାର ୬ଟି ଜାଗାରେ ଚଢାଉ କରିଥିଲା । ଚଢାଉ ବେଳେ ନିଳାଦ୍ରୀ ବିହାରରେ ୨ଟି ଦୁଇମହଲା କୋଠା, ୫୬ ଲକ୍ଷ ଟଙ୍କାର ବୀମା, ୧୪ଟି ପ୍ଲଟ ନଗଦ ୧୨ ଲକ୍ଷ ଟଙ୍କା, ସଂପର୍କୀୟଙ୍କ ଘରୁ ୧୩ ଲକ୍ଷଟଙ୍କା ଓ ପାଖାପାଖି ଦେଢ଼ କେଜି ସୁନା-ରୂପା ଅଳଙ୍କାର ଠାବ କରାଯାଇଛି । ଏଥି ସହିତ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରାଯାଇଛି ।

ଏଥିସହିତ ତାଙ୍କ ପୈତୃକ ଘର ଓ ଶଶୂର ଘରେ ମଧ୍ୟ ଚଢାଉ ଜାରି ରହିଛି । ଆଗକୁ ଆହୁରି ଅଧିକ ସମ୍ପତି ମିଳିବା ସମ୍ଭାବନା ରହିଛି । ଏହି ଚଢାଉରେ ଏସପିଙ୍କ ସମେତ ୪ଜଣ ଡିଏସପି, ୧୩ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ତେଣୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଏହାକୁ ଦୃଢ ନିନ୍ଦା କରିଛନ୍ତି । ଦୁର୍ନୀତି ଯଦି କରିଥିବେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲାଞ୍ଚ ନେବାରେ ଯଦି ଉପରିସ୍ତ ଅଧିକାରୀମାନେ ଏଥିରେ ସଂପୃକ୍ତ ରହିଛନ୍ତି ତେବେ ସେମାନଙ୍କୁ ମଧ୍ୟ ଧରାଯିବ ବୋଲି କହିଛନ୍ତି ଷ୍ଟାଫ ସିଲେକ୍ସନ କମସିନ ଅଧକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.