ଭିଜିଲାନ୍ସ ଜାଲରେ ବିଡିଓ, ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ
17/01/2023 at 8:28 AM

ନୂଆପଡ଼ା ୧୭।୦୧ : ଭିଜିଲାନ୍ସ ଜାଲରେ ବିଡିଓ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ବିଡିଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଏକାସାଙ୍ଗେ ନୂଆପଡ଼ା ଓ ବଲାଙ୍ଗୀର ସମେତ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଏସବୁ ମଧ୍ୟରେ ବିଡିଓଙ୍କ ପୈତୃକ ଘର, ଅଫିସର ଓ ବାସଭବନ ରହିଛି ।
ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ରେଡ୍ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023