ଭିଜିଲାନ୍ସ ହାତରେ ତହସିଲ ଅଫିସ ଡିଇଓ, ଲାଞ୍ଚ ନେବାବେଳେ ଧରାପଡିଲେ ଭୋଳା ମହେଶ୍ବର

Published By : Prameya-News7 Bureau | October 12, 2022 IST

ନୂଆପଡ଼ା ୧୨।୧୦ : ଭିଜିଲାନ୍ସ ହାତରେ ଡିଇଓ । ଆବାସିକ ପ୍ରମାଣପତ୍ର ପ୍ରଦାନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ନୂଆପଡା ଜିଲ୍ଲା ଖଡିଆଳ ତହସିଲ ଅଫିସ୍ ର ଡିଇଓ ଭୋଳା ମହେଶ୍ବର ଦଣ୍ଡସେନା ଭିଜିଲାନ୍ସ ହାତରେ ଧରାପଡିଛି ।

ଖବର ଅନୁଯାୟୀ, ଖଡିଆଳ ଥାନା ରାନିମୁଣ୍ଡା ଗାଁର ୧୫ ଜଣ ଆବାସିକ ପ୍ରମାଣ ପତ୍ର ପାଇଁ ଅନଲାଇନ ଆବେଦନ କରିଥିଲେ ।  ଯାହାକୁ ତହସିଲ ଅଫିସରେ ଅନୁମୋଦନ କଲା ପରେ ମିଳିଥାଏ । ଟଙ୍କା ଆଶାରେ ଦୀର୍ଘ ଦିନ ବୁଲାଇଥିଲେ ଡିଇଓ । ଏହାସହ ଜଣକୁ ୨ ହଜାର ଟଙ୍କା ଲେଖାଏଁ ଦାବି କରିଥିଲେ ଡିଇଓ । ଯାହାକୁ ନେଇ କୋରାପୁଟ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ ରାନିମୁଣ୍ଡା ଗାଁର ନିତ୍ୟାନନ୍ଦ ହିଆଲ । ବୁଧବାର ଯୋଜନା ବଦ୍ଧ ଭାବେ ଟଙ୍କା ନେବା ସମୟରେ ୩୦ ହଜାର ଟଙ୍କା ସହ ଧରିଥିଲା ଭିଜିଲାନ୍ସ । ନିତ୍ୟାନନ୍ଦଙ୍କ ନିଜ ପରିବାରରୁ ୮ ଜଣଙ୍କ ଆବାସିକ ପ୍ରମାଣ ପତ୍ର ହେବାକୁ ଥିବା ବେଳେ ଗାଁର ଅନ୍ୟ ୭ ଜଣଙ୍କ ମଧ୍ୟ ରହିଥିଲା । ଭୋଲା ମହେଶ୍ବରଙ୍କୁ  ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଏବେ ତାଙ୍କ ଖଇରା ସ୍ଥିତ ବାସଭବନରେ ଚଢାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.