ଦିନରେ ପାଇଲେ ପ୍ରମୋସୋନ, ରାତିରେ ବିପୁଳ ଟଙ୍କା ସହ ଭିଜିଲାନ୍ସ ହାତରେ ଏସିଏଫ୍
7/03/2023 at 7:55 AM

ଲମତାପୁଟ ୦୭।୦୩ : ଭିଜିଲାନ୍ସ ଜାଲରେ ଏସିଏଫ୍ ସୁରଜିତ କୁମାର ସାହୁ । ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ଭିଜିଲାନ୍ସ ଟିମ୍ ।

କୋରାପୁଟ ଭିଜିଲାନ୍ସ ଡିଭିଜନ ଟିମ୍ ସୋମବାର ଅପରାହ୍ନରେ କୋରାପୁଟରେ ସୁରଜିତ କୁମାର ସାହୁଙ୍କୁ ବିପୁଳ ପରିମାଣର ଟଙ୍କା ସହ ଧରିଥିବା ଜଣାପଡ଼ିଛି। ସୁରଜିତ କୁମାର ସାହୁ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ ଏବଂ ସହକର୍ମୀଙ୍କୁ ଭୁବନେଶ୍ୱର ଯାଉଛି ବୋଲି କହିଥିଲେ। ସେ ନିଜ ସହ ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗର ଏକ ଟିମ୍ ପିଛା କରି କୋରାପୁଟରେ କାବୁ କରିଥିଲା ।

ତେବେ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିଭାଗ ସୁରଜିତ କୁମାର ସାହୁଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖି ଜେରା କରିଥିବା ଜଣାପଡିଛି। ରାତି ପ୍ରାୟ ସାଢେ ୧୦ଟାରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଲମତାପୁଟରେ ପହଞ୍ଚି ରେଞ୍ଜରଙ୍କ କାର୍ଯ୍ୟାଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରି ଫେରିଛନ୍ତି l