ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ, ୬ଟି ସ୍ଥାନରେ ଚଢ଼ାଉ

Published By : Prameya-News7 Bureau | July 20, 2021 IST

ଝାରସୁଗୁଡା, ୨୦/୦୭: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ କରିଥିବା ଜଣାପଡ଼ିଛି ।

ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ବିରୋଧରେ ଅଭିଯୋଗ ପାଇ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି  । ଝାରସୁଗୁଡା ବାସଭବନ ସମେତ ୬ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ କରାଯାଇଛି । ଏଲଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ କାର୍ଯ୍ୟ କରୁଥିବା ତାଙ୍କ ସ୍ତ୍ରୀଙ୍କ MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.