ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

29/09/2022 at 12:35 PM

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ ।

ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ନିଜ ସମ୍ପର୍କୀୟଙ୍କୁ ଦେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ଟିମ ପକ୍ଷରୁ ରେଡ଼ କରାଯାଇଥିବା ସୂଚନା ମିଳିଛି । ସରକାରୀ ବାସଭବନରେ ଯାଞ୍ଚ ସହ ଟଙ୍କା ଗଣତି କରାଯାଉଛି । ଭଦ୍ରକ ସ୍ଥିତି ସରକାରୀ ଆବାସ ସହ , ବାଇପାସ ସ୍ଥିତ କାର୍ଯ୍ୟାଳୟ , ଶ୍ୱଶୁର ଘର ଓ ଖାଇରା ସ୍ଥିତ ଘରେ ରେଡ଼ ହେଉଥିବା ସୂଚନା ମିଳିଛି ।

   Related Posts