scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ, ବିଲ୍‌ ପାସ କରିବାକୁ ନେଉଥିଲେ ୬ହଜାର ଟଙ୍କା

30/06/2022 at 12:06 PM

ବ୍ରହ୍ମପୁର ୩୦।୦୬ : ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । 

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦ ହଜାର ଟଙ୍କା ରିଲିଜ୍ କରିବାକୁ ୬ ହଜାର ଟଙ୍କା ଲାଞ୍ଚ  ନେଉଥିଲେ । ଏକକାଳୀନ କେ ନୂଆଗାଁ ଥାନା ଅନ୍ତର୍ଗତ ବନମାଳି ଏବଂ ବ୍ରହ୍ମପୁର ଲକ୍ଷ୍ମୀବିହାର ପ୍ରଥମ ଲାଇନ୍ ଭଡା ଘର ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଏନେଇ ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ।

   Related Posts