ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର, ବାସଭବନ ସମେତ ତିନି ସ୍ଥାନରେ ଚଢାଉ
8/12/2022 at 10:44 AM

ଟିଟିଲାଗଡ଼ ୦୮/୧୨: ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର । ଭୋର୍ରୁ ଶିବପ୍ରସାଦ ନାୟକଙ୍କ ବାସଭବନରେ ଉପରେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ ହୋଇଛି । ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ମିଳିତ ଚଢାଉ କରାଯାଇଛି । ଏହି ଚଢାଉ ଏକକାଳୀନ ଟିଟିଲାଗଡ଼ ସରକାରୀ ବାସଭବନ, ବଲାଙ୍ଗିର ବାସଭବନ ଓ ଜଣେ ସମ୍ପର୍କୀୟଙ୍କ ଘରେ ଅନୌପଚାରିକ ଭାବରେ କରାଯାଇଥିବା ସୂଚନା ମିଳିଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଥିବା ଏହି ଚଢାଉ ସମୟରେ ଟିଟିଲାଗଡରେ ରେଞ୍ଜର ନଥିବାରୁ ଭିଜିଲାନ୍ସ କର୍ମଚାରୀ ମାନେ ଘରେ ଥିବା ସମସ୍ତ୍ ଜିନିଷ ପତ୍ରର ତନଖି କରିଥିଲେ ଓ ଏହା ସବୁକୁ ଲିଷ୍ଟ କରିଥିଲେ । ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ପାଇବାପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023