ବ୍ରାଉନ ସୁଗାର ମାଫିଆଙ୍କ ସହ ଲିଙ୍କ୍ ମାମଲା : ଜଳେଶ୍ବର ଥାନାର ନିଲମ୍ବିତ IICଙ୍କ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଚଢାଉ

Published By : Prameya-News7 Bureau | December 03, 2020 IST

ଜଳେଶ୍ବର ୩।୧୨: ବ୍ରାଉନ ସୁଗାର ମାଫିଆଙ୍କ ସହ ଲିଙ୍କ୍ ମାମଲାରେ ଜଳେଶ୍ବର ଥାନାର ନିଲମ୍ବିତ ଆଇଆଇସି ଧନେଶ୍ବର ସାହୁଙ୍କ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଚଢାଉ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନାର ନିଲମ୍ବିତ ଆଇଆଇସି ଧନେଶ୍ବର ସାହୁଙ୍କ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଚଢାଉ କରୁଛି । ବ୍ରାଉନ ସୁଗାର ମାଫିଆଙ୍କ ସହ ଇନ୍ସପେକ୍ଟର ଧନେଶ୍ବର ସାହୁଙ୍କର ଟଙ୍କା ଡିଲ୍ ବାବଦରେ ଏକ ଅଡିଓ ନ୍ୟୁଜ୍ ୭ ପ୍ରସାରଣ କରିଥିଲା। ଖବର ପ୍ରସାରଣ ପରେ ପୋଲିସ ଡିଜି ପୋଲିସ ଗତ ଅଗଷ୍ଟ ମାସ ୧୫ରେ ଆଇଆଇସି ଧନେଶ୍ବର ସାହୁଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ ।

ଗତ ସେପ୍ଟେମ୍ବର ୧ ତାରିଖରେ ଧନେଶ୍ବରଙ୍କ ନିଜ ଘର, ଶ୍ବଶୁର ଘର, ଭୁବନେଶ୍ବରର ସ୍ଥିତ ଆପାର୍ଟମେଣ୍ଟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ତେବେ ଜଳେଶ୍ବର ଥାନା ପରିସରରେ ଥିବା ତାଙ୍କ ସରକାରୀ କ୍ବାର୍ଟରରେ ତାଲା ପଡିଥିବାରୁ ଭିଜିଲାନ୍ସ ପଶିପାରି ଥିଲା, ଆଉ ଗୁରୁବାର ମାଜିଷ୍ଟ୍ରଟଙ୍କ ଉପସ୍ଥିତି ଭିଜିଲାନ୍ସ ତାଲା ଭାଙ୍ଗି ଭିତରକୁ ପଶି ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.