ଔପଦା ଜୁନିୟର କଲେଜରେ ଭିଜିଲାନ୍ସ ଚଢାଉ, ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ ଅଭିଯୋଗ
19/08/2020 at 6:00 PM

ସୋର ୧୯।୮: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ସଦର ମହକୁମାରେ ଥିବା ଔପଦା ଜୁନିୟର କଲେଜର ବିନା ରିଜୋଲେସନ ଓ ବିନା ରେକର୍ଡରେ କଲେଜ ଅଧ୍ୟକ୍ଷ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ ନେଇ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।
ଅଭିଯୋଗ ପାଇ ଆଜି ଦିନ ୨ଟା ସମୟରେ ବାଲେଶ୍ଵର ଭିଜିଲାନ୍ସ ଡିଏସପି ସନ୍ତୋଷ କୁମାର ସାମନ୍ତରାୟ ରେକର୍ଡ ପତ୍ର ଯାଞ୍ଚ କରି ତନାଘନା ଜାରି ରଖିଛନ୍ତି । ଏନେଇ ଗତ ୧୦ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ କଲେଜରେ ତଦନ୍ତ କରି ଅର୍ଥ ବାଟମାରଣା ସମ୍ପର୍କରେ ବିଭିନ୍ନ ବିଭାଗକୁ ପତ୍ର ଲେଖିବା ସହ ଭିଜିଲାନ୍ସ ଏସପି ବାଲେଶ୍ଵରକୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ ।
Related Posts
ବଢୁଛି ଜଳକା ନଦୀର ଜଳସ୍ତର, ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ଜଳ
15 August 2022
ରାସ୍ତାରେ ଚାଲୁଛି ବନ୍ୟାଜଳ, ହଜାର ହଜାର ଚାଷଜମି ଜଳମଗ୍ନ
15 August 2022