ଅବକାରୀ ଯୁଗ୍ମ କମିଶନରଙ୍କ ଘରେ ରେଡ୍‌, ଏକାସାଙ୍ଗେ ୧୦ଟି ସ୍ଥାନରେ ଚାଲିଛି ରେଡ୍‌

Published By : Prameya-News7 Bureau | July 29, 2024 IST

ଭୁବନେଶ୍ୱର ୨୯।୦୭ : ଅବକାରୀ ଯୁଗ୍ମ କମିଶନରଙ୍କ ଘରେ ରେଡ୍‌ । ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକାକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି ।

ଖବର ଅନୁଯାୟୀ,  ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ସୋମବାର ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ରେଡ୍‌ ହୋଇଛି । ଏକାକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ଆଦି ସ୍ଥାନରେ ରହିଛି । ତେବେ ଏହି ଚଢାଉରେ ୧୦ ଜଣ ଡିଏସ୍‌ପି, ୧୫ ଜଣ ଇନ୍‌ସିପେକ୍ଟରଙ୍କ ସହିତ ଆହୁରି ଅଧିକାରୀ ସାମିଲ ରହିଛନ୍ତି । ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଘରେ ରେଡ ହୋଇଥିବା ଜଣାପଡିଛି । 

ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ସିଜ୍‌ ହୋଇଛି । ତାହା ଜଣାପଡିନାହିଁ । ଭିଜିଲାନ୍ସ ରେଡ୍‌ ପରେ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.