krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ଅନିୟମିତତା ଅଭିଯୋଗ, ହିନ୍ଦୁସ୍ତାନ ଷ୍ଟିଲ୍ କନ୍‌ଷ୍ଟ୍ରକସନ୍‌ରେ ଭିଜିଲାନ୍ସ ଚଢାଉ

4/09/2023 at 11:57 AM

ଭୁବନେଶ୍ବର ୪।୯: ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ହିନ୍ଦୁସ୍ତାନ ଷ୍ଟିଲ୍ କନ୍‌ଷ୍ଟ୍ରକସନ୍ ୱାର୍କସ୍ ଲିମିଟେଡ଼ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏନ୍‌୧/୧୫୭ରେ ଚଢାଉ କରାଯାଇଛି । ପୂର୍ବରୁ ମାମଲାରେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହେ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷାରପାତ ନେଇ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି । ବ୍ରାଣ୍ଡେଡ ଓ ଦାମୀ କମ୍ପାନୀର ଉପକରଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିବା ବେଳେ ନିମ୍ନମାନର ସାମଗ୍ରୀ କଣ୍ଟ୍ରାକ୍ଟର ବ୍ୟବହାର କରିଛନ୍ତି । ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ ।

ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା.୫.୭.୨୦୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

ସୋନପୁର ଭିଜିଲାନ୍ସ ଟିମ୍ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ । ଭୁବନେଶ୍ବର ଆଇଆର୍‌ସି ଭିଲେଜରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା ।

You Can Read :

   Related Posts