ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ

27/01/2023 at 2:15 PM

ଭୁବନେଶ୍ୱର ୨୭/୦୧: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହାସହ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି ।

ସୂଚନାଥାଉକି, ଶୁକ୍ରବାର ସକାଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ଶ୍ରୀସେଠୀଙ୍କ କାର୍ଯ୍ୟାଳୟରେ ଡ଼ ଶୁଭାଶିଷଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ସେଠାରେ ମାଡି ବସିଥିଲା । ପରେ ଭିଜିଲାନ୍ସର ଟିମ୍ ଶ୍ରୀ ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ବାସ ଭବନ ସମେତ ଯାଜପୁର ଜିଲ୍ଲାରେ ଥିବା ଘରେ ଏକ କାଳୀନ ଚଢ଼ାଉ କରିଛି ।

   Related Posts