ଢେଙ୍କାନାଳ ARCSଙ୍କ ଘରେ ଭିଜିଲାନ୍ସ ରେଡ୍

Published By : Prameya-News7 Bureau | September 02, 2020 IST

ଢେଙ୍କାନାଳ ୦୧।୦୯: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଢେଙ୍କାନାଳ ଆସିଷ୍ଟାଣ୍ଟ ରେଜିଷ୍ଟର କୋ-ଅପରଟିଭ ସୋସାଇଟି ତଥା ଏଆରସିଏସ ବିଦ୍ୟାଧର ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଭିଜିଲାନ୍ସର ୪ଟି ଟିମ ଏକକାଳୀନ ବିଦ୍ୟାଧରଙ୍କ ପୈତୃକ ଘର ଭଦ୍ରକ ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ କୁମ୍ଭାରୀଆ , ଭୁବନେଶ୍ୱରର ଦୁଇଟି ଜାଗା ଓ ଢେଙ୍କାନାଳ ଅଫିସରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସେ ରହୁଥିବା ଭୁବନେଶ୍ୱର ପଟିଆରେ ତିନି ମହଲା ବିଶିଷ୍ଟ ଏକ ବିଶାଳ କୋଠାଘର, ଆର୍ଥିକ ରେସିଡେନ୍ସିରେ ଏକ ଟୁ ବିଏଚକେ ଫ୍ଲାଟ ସାଙ୍ଗକୁ ଅନେକ ବୀମା ଓ ବ୍ୟାଙ୍କ ଖାତା ଆଦି ଭିଜିଲାନ୍ସ ହାତରେ ଲାଗିଛି । ଚଢ଼ାଉ ଜାରି ରହିଥିବା ବେଳେ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.