scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

8/08/2022 at 9:43 AM

କଟକ ୦୮/୦୮: CT & GST କଟକ-୧ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ । ଅତିରିକ୍ତ କମିଶନର ପିୟୁଷ କାନ୍ତ ପାଣିଙ୍କ ଘରେ ଏହି ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି । କଟକ, ଭୁବନେଶ୍ୱର, ଯାଜପୁରର ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।

କଟକ ଓମ୍ପିରେ ଥିବା OFSC ଟାୱାରସ୍ଥିତ ଅଫିସ, ଭୁବନେଶ୍ବର ଚକେଇସିଆଣି ସ୍ଥିତ ତିନି ମହଲା କୋଠା, ଯାଜପୁର ଚୋରଦା ଛକରେ ଥିବା ଦୁଇଟି ୩ ମହଲା କୋଠା ଏବଂ ଗୋଟିଏ ବିଲ୍ଡିଂ, ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ପ୍ଲଟ, ଭୁବନେଶ୍ବର ସାମନ୍ତପୁର ମୌଜାରେ ଥିବା ପ୍ଲଟ, ଭୁବନେଶ୍ୱର ସୁନ୍ଦରପୁର ମୌଜାରେ ଥିବା ପ୍ଲଟରେ ଚଢାଉ ଜାରି ।

କଟକ ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ ହୋଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ।

   Related Posts