ଭିଜିଲାନ୍ସ ଜାଲରେ ଆର.ଆଇ
6/06/2018 at 6:33 AM

ଭିଜିଲାନ୍ସ ଜାଲରେ ଆର.ଆଇ । ଲାଞ୍ଚ ନେବା ବେଳେ ଅନୁଗୋଳ ଜିଲ୍ଲା ଜରପଡା ଆର.ଆଇ ଗୋକୁଳାନନ୍ଦ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଦୂର୍ଗାପୁର ଗାଁର ରାମଚନ୍ଦ୍ର ବେହେରାଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ ଗୋକୁଳାନନ୍ଦ । ରାମଚନ୍ଦ୍ରଙ୍କ ଜେଜେବାପାଙ୍କ ଡେଥ୍ ସାର୍ଟିଫିକେଟ ତଦନ୍ତ ବାବଦରେ ଲାଞ୍ଚ ନେଉଥିଲେ ଆର.ଆଇ । ପୂର୍ବ ପ୍ରସ୍ତୁତି ଅନୁଯାଇ ରେଡ ହ୍ୟାଣ୍ଡେଡ୍ ଗୋକୁଳାନନ୍ଦଙ୍କୁ ଧରିଥିଲା ଅନୁଗୋଳ ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ।