ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଚାଲିଛି ରେଡ୍‌, ଏବେ ଯାଏଁ ଜବତ ହେଲାଣି କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି

Published By : Prameya-News7 Bureau | March 17, 2022 IST

ଭଦ୍ରକ ୧୭।୦୩ : ଭିଜିଲାନ୍ସ ଜାଲରେ ସୋର ଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ବେଉରିଆ। ଚଢାଉରେ ଭିଜିଲାନ୍ସକୁ ମିଳିଛି ନଗଦ ଟଙ୍କା ଆଉ ଏକାଧିକ ପ୍ଲଟର ତଥ୍ୟ । ଏତେ ସବୁ ଟଙ୍କା ଓ ପ୍ଲଟ କେମିତି ହାତେଇଥିଲେ ପ୍ରମୋଦ । ସେନେଇ ଖୋଲତାଡ଼ କରୁଛି ଭିଜିଲାନ୍ସ ।

{"id":601309,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ସୋର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ଭଦ୍ରକ ସହର ଉପକଣ୍ଠରେ ଉପରବାଗୁରାଇରେ ଥିବା କୋଠା ଘର, ମଧୁସୂଦନପୁରରେ ଥିବା ପୈତୃକ ଘର, ଅର୍ଣ୍ଣପାଳରେ ଥିବା ମାର୍କେଟ କମ୍ପ୍ଲେକ୍ସ, ବାସୁଦେବପୁର ସ୍ଥିତ ଶ୍ୱଶୁର ଘର ରହିଛି ।

{"id":601310,"sizeSlug":"full","linkDestination":"none"}

ତେବେ ଆଜିର ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ସାମିଲ ଅଛନ୍ତି । ଏବେ ସୁଦ୍ଧା ନଗଦ ଟଙ୍କା , ସୁନା ଗହଣା ସହ ପ୍ରାୟ ୧ କୋଟି ୧୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେପଟେ ପ୍ରମୋଦଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଚାଲିଛି । ଗୋଟିଏ ଲକର ଥିବା ସୂଚନା ମିଳିଛି । ପ୍ରମୋଦ ୧୬ଟି ପ୍ଲଟ ହାତେଇଥିବା ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.