ଭିଜିଲାନ୍ସ ଜାଲରେ ଫଶିଲେ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, କେବଳ କାରରୁ ମିଳିଲା ୪ ଲକ୍ଷ ଟଙ୍କା

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର୧୯|୧: ଭିଜିଲାନ୍ସ ଜାଲରେ ଫଶିଛନ୍ତି ରାଜ୍ୟ ସରକାରଙ୍କ ଏନଏଚ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା । ଜୟପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ପଣ୍ଡା । ଭୁବନେଶ୍ବର ୮ ନମ୍ବର ଡିଏଭ ସ୍କୁଲ ସାମ୍ନାରେ ତାଙ୍କ କାରରୁ ଆଜି ପୋଲିସ ୪ ଲକ୍ଷ ଟଙ୍କା ଜବତ କରିଛି । ନୟାପଲ୍ଲୀସ୍ଥିତ ତାଙ୍କ ବାସ ଭବନ ଏବଂ ଜୟପୁରସ୍ଥିତ ସରକାରୀ ବାସ ଭବନ ଉରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢଉ ଜାରି ରଖିଛି ।

{"id":75939}

ହରେକୃଷ୍ଣ ପଣ୍ଡାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ ଆୟ ବହିର୍ଭୁତ ସମ୍ପତ୍ତିର ତାଲିକା ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା କୁହାଯାଉଛି ।  ହରେକୃଷ୍ଣ ପଣ୍ଡାଙ୍କ ସମ୍ପର୍କରେ ଭିଜିଲାନ୍ସ ବିଭାଗ ହାତରେ କିଛି ଠୋସ ପ୍ରମାଣ ଲାଗିଥିଲା । ଫଳରେ ବିଭାଗ ପକ୍ଷରୁ ତାଙ୍କୁ କିଛିଦିନ ହେଲା ଟ୍ରାକ କରାଯାଉଥିଲା ।

{"id":75940}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.