ଆକାଶ ପାଠକର ପେଡି ଖୋଲିଲେ ପିଏ, ଉଗାଳୁଛନ୍ତି ସତ କଥା…ସେପଟେ ସୋମବାର ଭାବି ଜ୍ଵାଇଁ-ଶ୍ଵଶ୍ଵରଙ୍କୁ ରିମାଣ୍ଡରେ ନେଇପାରେ ଭିଜିଲାନ୍ସ

Published By : Prameya-News7 Bureau | December 06, 2020 IST

ଭୁବନେଶ୍ଵର ୦୬।୧୨:   ପିଏ ଖୋଲିଲେ ପେଡି।  ଟାଟା କମ୍ପାନୀର ଫେକ୍ ଏମ.ଡି. ଆକାଶ ପାଠକଙ୍କ ପିଏ ଡେଭିଡ ପିଟରଙ୍କ ପେଟରୁ ବାହାରିଛି ଆକାଶ ରହସ୍ୟ ? ଦିନେ ପୂର୍ବରୁ ପିଟରଙ୍କୁ ଉଠାଇଥିବା କ୍ରାଇମବ୍ରାଞ୍ଚ ଏବେ ତାଙ୍କୁ ମାରାଥନ ଜେରା କରୁଛି।

ଆକାଶଙ୍କ ସହ ପିଟରଙ୍କର ସମ୍ପର୍କ କେତେ ଦିନର ?  ଆକାଶଙ୍କ ବିଜନେସ ସହିତ ପିଟର କେତେ ସଂପୃକ୍ତ? ଅକାଶ ପୁଳାପୁଳା ଟଙ୍କା କେଉଁଠୁ ଆଣିଲେ ? ଆକାଶ ଟଙ୍କା କେଉଁଠି କେଉଁଠି ଖଟାଇଛନ୍ତି ?  ଅକାଶଙ୍କ କିଏ କିଏ ଯୋଗାଯୋଗରେ ଥିଲେ ?

ଏମିତି ଘନ ଘନ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ତିଳେମାତ୍ର ବିଳମ୍ବ ନକରି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡେଭିଡ ପିଟର। ମାରାଥନ ଜେରା ବେଳେ ସତ ଉଗାଳିଛନ୍ତି ସେ । ଏମିତି ପ୍ରଦୀପ ପାଣିଗ୍ରାହୀଙ୍କ ସହ ଟଙ୍କା କାରବାର ଉପରେ ମଧ୍ୟ କିଛି ତଥ୍ୟ ରଖିଥିବା ଜଣାପଡିଛି । ପିଟର ଅଧିକାଂଶ ସମୟରେ ଆକାଶଙ୍କ ପାଖରେ ଛାଇ ଭଳି ରହୁଥିଲେ । ତେଣୁ ଆକାଶଙ୍କ ଜାଲିଆତିର ଜାଲ ସୂତା କ୍ରାଇମବ୍ରାଞ୍ଚ ଆଗରେ ଖୋଲିଛନ୍ତି।  ଏ ସବୁ ଦିଗକୁ ଦେଖିଲେ ଆଗକୁ ଆକାଶ, ପ୍ରଦୀପଙ୍କ ବଢିପାରେ ଅଡୁଆ ।

ତିନି ଦିନିଆ ରିମାଣ୍ଡର ଅବଧି ସରିବା ପରେ ପାଠକ ବାପ ପୁଅ ଏବେ ବି ଜେଲରେ । ଆସନ୍ତାକାଲି କ୍ରାଇମବ୍ରାଞ୍ଚ ସାଇବର ସେଲ ଅକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇ ପାରେ । ପ୍ରଦୀପ ଓ ଆକାଶଙ୍କୁ ସମ୍ନା ସାମ୍ନି ଜେରା କରିପାରେ। ସୋମବାର ପ୍ରଦୀପ ପାଣିଗ୍ରାହୀଙ୍କ ବେଲ ଆବେଦନର ଶୁଣାଣି ରହିଛି । ମାତ୍ର ପ୍ରଦୀପଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ତାଙ୍କ ବେଲ ପାଇଁ ଅନ୍ତରାୟ ହୋଇପାରେ ବୋଲି ଆଇଜୀବୀ କହିଛନ୍ତି ।

ସେପଟେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଇଡି ଓ ଆୟକର  ବିଭାଗର ସ୍କାନରରେ ପାଠକ ପରିବାର । ଏମିତିକି ପ୍ରଦୀପ ପାଣିଗ୍ରାହୀଙ୍କ ସବିଶେଷ ତଥ୍ୟ ପାଇଁ ଖୋଡତାଳ ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.