ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

Published By : Prameya-News7 Bureau | June 10, 2022 IST

କେନ୍ଦ୍ରାପଡା ୧୦/୦୬: ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ବିପିନ୍ ବିହାରୀ ସିଂହ । ଜଣେ ଶିକ୍ଷକଙ୍କ ଦରମା କରେଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା ।

ମିଳିଥିବା ସୁଚନା ଅନୁଯାୟୀ ପଲ୍ଲୀପଟଣା ସ୍ଥିତ ଭାଗବତ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କ ଦରମା କରେଇ ଦେବା ପାଇଁ ବିପିନ୍ ବିହାରୀ ସିଂହ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ କାବୁ କରି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.