ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ରେଞ୍ଜ ଅଫିସିୟରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
30/06/2022 at 10:46 PM

ଫୁଲବାଣୀ୩୦/୦୬ : ଏକ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ବିଚାର କରି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସନ୍ତେ।ଷ କୁମାର ଜେନା ଅଭିଯୁକ୍ତ ରେଞ୍ଜ ଅଫିସିୟର ଦିଲ୍ଲିପ କୁମାର ଡିଗଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି। ଅନ୍ୟପଟେ ଦିଲ୍ଲୀପଙ୍କ ସ୍ତ୍ରୀ ସ୍ତ୍ରୀ ସୁଜାତାଙ୍କୁ ମଧ୍ୟ ସହ ଅପରାଧି ଭାବେ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି
ଦିଲ୍ଲୀପ ବୌଦ୍ଧ ଜିଲା ପୁରୁଣା କଟକରେ ରେଞ୍ଜ ଅଫିସିୟର ଥିବାବେଳେ ୨୦୧୧ ସେପ୍ଟେମ୍ୱର ୨୩ରେ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ସେତେବେଳେ ତାଙ୍କର ୪୫ ଲକ୍ଷରୁ ଅଧିକ ଆୟ ବହିର୍ଭୁତ ସମ୍ପତି ଆକଳନ ଥିବା ଭିଜିଲାନ୍ସ ବିଭାଗ ଆକଳନ କରିଥିଲା। ଅଭିଯୁକ୍ତ ଦିଲ୍ଲୀପ ଡିଗଲଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ ବ୍ରେକା ଗାଁରେ। ତଦନ୍ତ ବେଳେ ଦିଲ୍ଲୀପଙ୍କ ନିଜ ଗାଁ ବ୍ରେକାରେ ଦୁଇ ମହଲା ଘର, ଫୁଲବାଣୀ କବରଖାନା ସାହିରେ ଦୁଇ ମହଲା ଘର, ଭୁବନେଶ୍ୱର ନିଳାଦ୍ରୀ ବିହାରରେ ୩ ମହଲା ଘର ରହିଛି ବୋଲି ଜଣା ପଡ଼ଛି।