ଚଳୁ କରିଛନ୍ତି ୧କୋଟି ୫ ଲକ୍ଷ ସରକାରୀ ଅର୍ଥ, ଘରେ ପଶିଲା ଭିଜିଲାନ୍ସ

Published By : Prameya-News7 Bureau | July 22, 2024 IST

ଭୁବନେଶ୍ବର ୨୨/୭: ୧କୋଟି ୫ ଲକ୍ଷ  ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ । ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ । ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଚାଲିଛି ରେଡ୍‌ । ବସନ୍ତଙ୍କ ଭୁବନେଶ୍ବର ମହତାବ ରୋଡରେ ଥିବା ଘର, ପୁରୀ ତୋଟା ମହାବୀରରୋଡସ୍ଥିତ ଘର, ପୁରୀ ଗୋରୁଆଳସ୍ଥିତ ଫାର୍ମ ହାଉସ, ଭଦ୍ରକ ନଇକଣଡିହିସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଏକକାଳୀନ ରେଡ୍‌ କରିଛନ୍ତି ଭିଜିଲାନ୍ସ ଟିମ୍‌ । ଚଢାଉରେ ୫ ଜଣ ଡିଏସ୍‌ପି, ୪ ଜଣ ଇନସ୍ପେକ୍ଟର, ୫ ଜଣ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଫଣ୍ଡରୁ ନିଜ ଆକାଉଣ୍ଟକୁ ୧କୋଟି ୫ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗ ପରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ବସନ୍ତ 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.