ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ୍ ସବ୍ ଇନ୍ସପେକ୍ଟର । ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଲାଞ୍ଚ ନେଇ ଧରାପଡ଼ିଲେ ବୌଦ୍ଧ ବାଉଁସୁଣି ଥାନା ସବ୍ ଇନ୍ସପେକ୍ଟର ବିକ୍ରମ କିଶୋର ଦେହୁରୀ। ବିକ୍ରମ କିଶୋର, ଜବତ ବାଇକ୍ ଛାଡ଼ିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କୋର୍ଟରୁ ଅନୁମତି ଥିବା ସତ୍ତ୍ବେ ଗାଡ଼ି ଛାଡ଼ିବାକୁ ଟଙ୍କା ମାଗୁଥିଲେ। ପୂର୍ବରୁ ମଧ୍ୟ ୨୦ ହଜାର ନେଇଥିବା ସୂଚନା।
ସୂଚନା ଅନୁଯାୟୀ, ବାଉଁଶୁଣି ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ବିକ୍ରମ ଦେହୁରୀ ବବଡ଼ା ଗ୍ରାମର କରୁଣାକର ନାଏକଙ୍କ ଠାରୁ ଜବତ ବାଇକ୍ ରିଲିଜ୍ କରିବାକୁ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ ଏବଂ ପୂର୍ବରୁ ୨୦ ହଜାର ଟଙ୍କା ମଧ୍ୟ ନେଇଥିଲେ। ଏମିତିକି କରୁଣାକର ଗାଡ଼ି ରିଲିଜ୍ କୋର୍ଟ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆଣିଥିଲେ ବି ତାଙ୍କୁ ଆଉ ୧୫ ହଜାର ଟଙ୍କା ଦେବାକୁ କହିଥିଲେ।
ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ : ପେନସନ ଟଙ୍କା କରାଇ ଦେବାକୁ ନେଉଥିଲେ ୪ହଜାର
ହେଲେ ଟଙ୍କା ନ ଦେଲେ କୋର୍ଟ ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ନାହିଁ ଏବଂ ଗାଡ଼ି ଛାଡ଼ିବେ ନାହିଁ ବୋଲି କହିଥିଲେ । ତେବେ ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ ଏବଂ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିକ୍ରମଙ୍କୁ ଧରିଥିଲା। ତେବେ ଘଟଣାରେ ଅଧିକ ତଦନ୍ତ ଚାଲିଥିବାବେଳେ ବୁଧବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏସପି।