ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ବାଲି ଗାଡି ଛାଡିବାକୁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | July 28, 2023 IST

ନୟାଗଡ ୨୮।୭: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲଦାର ବନମାଳି ପରିଡା ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଅତିରିକ୍ତ ତହସିଲଦାର ଜଣଙ୍କ ବାଲି ଗାଡି ଛାଡିବାକୁ ଲାଞ୍ଚ ନେଉଥିଲେ ।

wp:embed {"url":"https://www.prameyanews7.com/vigilance-caught-harbhanga-iic-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-caught-harbhanga-iic-while-taking-bribe/
/wp:embed

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଗଣିଆ ତହସିଲ ଅନ୍ତର୍ଗତ ମହାନଦୀ ବାଲିଘାଟରୁ ଚୋରାରେ ହେଉଥିଲା ବାଲି ଚାଲାଣ । ବାଲି ବୋଝେଇ ହାଇଓ୍ବାକୁ ସବୁଦିନ ଛାଡିବା ପାଇଁ ଅତିରିକ୍ତ ତହସିଲଦାର ବନମାଳି ପରିଡା ହାଇଓ୍ବା ମାଲିକ ଦଶପଲ୍ଲା ବ୍ଲକ ଦୁଆର ଗାଁର ଅଜିତ ପ୍ରଧାନଙ୍କ ସହ ଡିଲ୍ କରିଥିଲେ । ଅତିରିକ୍ତ ତହସିଲଦାର ଗାଡି ଛାଡିବାକୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଡିଲ୍ ଅନୁସାରେ ଗତ ୨୪ ତାରିଖ ଦିନ ୧୦ ହଜାର ଟଙ୍କା ନେଇଥିବା ବେଳେ ଶୁକ୍ରବାର ଅବଶିଷ୍ଟ ୩ ହଜାର ଟଙ୍କା ନେବାରଥିଲା । ଏନେଇ ଗାଡି ମାଲିକ ନୟାଗଡ ଭିଜିଲାନ୍ସ ଡିଏସପି ପ୍ରତ୍ୟୁଷ କୁମାର ମହାପାତ୍ରଙ୍କୁ ଜଣାଇଥିଲେ । ଅଭିଯୋଗ ଅନୁସାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଛକି ବସିଥିଲା । ହାଇଓ୍ବା ମାଲିକ ବାକି ଥିବା ୩ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍ ଅତିରିକ୍ତ ତହସିଲଦାରଙ୍କୁ ଧରିଥିଲେ । ଚଢାଉ ବେଳେ ଭିଜିଲାନ୍ସ ଡିଏସପିଙ୍କ ସହ ଇନ୍ସପେକ୍ଟର ଜ୍ଞାନରଞ୍ଜନ ମହାପାତ୍ର, ମଧୁସ୍ମିତା କର, ଭବାନୀ ଶଙ୍କର ପଟ୍ଟନାୟକ, ମହେଶ କୁମାର ସାହୁ ପ୍ରମୁଖ ରହିଥିଲେ ।

wp:embed {"url":"https://www.prameyanews7.com/police-asi-caught-by-vigilance-while-taking-bribe-in-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-asi-caught-by-vigilance-while-taking-bribe-in-boudh/
/wp:embed

ଗତ ୨୬ ତାରିଖରେ ଅନୁଗୋଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ । ପାରିବାରିକ ମାମଲାକୁ ରଫାଦଫା କରିବା ପାଇଁ ୮ ହଜାର ଟଙ୍କା ନେଉଥିବା ବେଳେ ପୋଲିସ ବାବୁ ଧରାପଡିଥିଲେ । ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କଠାରୁ ଟଙ୍କା ନେଉଥିଲେ । ପୂର୍ବରୁ ୨ ହଜାର ଟଙ୍କା ନେଇଥିଲେ । ପୁଣି ୧୫ ହଜାର ଟଙ୍କା ମାଗିଥିଲେ । ବୁଧବାର ୮ ହଜାର ଟଙ୍କା ନେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରୁ ଧରିଲା ଭିଜିଲାନ୍ସ ।

wp:embed {"url":"https://www.prameyanews7.com/additional-engineer-in-vigilance-net/","type":"wp-embed","providerNameSlug":"prameya-news-7"}
https://www.prameyanews7.com/additional-engineer-in-vigilance-net/
/wp:embed

ସେହିଭଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ବାସଭବନ ସମେତ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଏକ କାଳୀନ ଚଢାଉ କରିଥିଲା ।

You Can Read :

wp:embed {"url":"https://www.prameyanews7.com/villagers-prostest-innovative-way-of-protest/","type":"wp-embed","providerNameSlug":"prameya-news-7"}
https://www.prameyanews7.com/villagers-prostest-innovative-way-of-protest/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.