କ୍ରିପ୍ଟୋ ଏଜେନ୍ସିକୁ ଚିଠି ଲେଖିଲା ଭିଜିଲାନ୍ସ, ନିବେଶ ଥିବା କୋଟିଏରୁ ଅଧିକ ଟଙ୍କାକୁ ସିଜ୍‌ ଲାଗି ଅନୁରୋଧ

Published By : Prameya-News7 Bureau | October 29, 2022 IST

ଭୁବନେଶ୍ୱର ୨୯।୧୦ :  RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶ ଘରେ ଭିଜିଲାନ୍ସ ରେଡ଼ ଘଟଣା। କ୍ରିପ୍ଟୋ ଏଜେନ୍ସିକୁ ଚିଠି ଲେଖିଲା ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ପୁଞ୍ଜି ନିବେଶ ହୋଇଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଲା ଭିଜିଲାନ୍ସ । ବିଦେଶରେ ଥିବା କ୍ରିପଟୋ ଅଫିସକୁ ଇମେଲ ଜରିଆରେ ଲେଖି ଅବଗତ କଲା ଭିଜିଲାନ୍ସ ।

ସେହିପରି ରାଜ୍ୟ ବାହାର କ୍ରିପଟୋ ଏକ୍ସପର୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । କ୍ରିପ୍ଟୋ କରେନ୍ସିର ପୁଞ୍ଜିନିବେଶ ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରିପ୍ଟୋ ୱଲେଟର ଜବତ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.