ପାଠକ ବାପ-ପୁଅ ଗିରଫ: କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ, ପୁଅ ବିରୁଦ୍ଧରେ ଜାଲିଆତି ଆଉ ବେହିସାବ ରୋଜଗାରର ଅଭିଯୋଗ
27/11/2020 at 4:58 PM

ଭୁବନେଶ୍ଵର ୨୭।୧୧: ଗିରଫ ହେଲେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ। ଦୁର୍ନୀତି ମାମଲାରେ ଭିଜିଲାନ୍ସ ଉଭୟ ବାପା-ପୁଅଙ୍କୁ ଗିରଫ କରିଛି। ଉଭୟ ବାପ-ପୁଅଙ୍କୁ ମୁହାଁମୁହିଁ ବସାଇ ଭିଜିଲାନ୍ସ ଆଜି ଜେରା କରିଥିଲା। ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
ଏହି ଘଟଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ ଜଣଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ଏଥିରେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ୍ରାଇଭର ସାମିଲ ଥିଲେ। ବାପ-ପୁଅଙ୍କୁ ଗିରଫ କରିବା ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି। ଆଇଏଫ୍ଏସ ଅଭୟକାନ୍ତଙ୍କୁ ଭିଜିଲାନ୍ସ ଡିଆଇଜି ସଞ୍ଜୟ କୁଶାଲ ଜେରା କରିଥିଲେ। ଏହି ପଚରାଉଚରା ସମୟରେ ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ମଧ୍ୟ ଉପସ୍ଥିତ ଥିଲେ।
ଗୁରୁବାର ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଥିଲା। ଆର୍ଥିକ ଅନିୟମିତତା, ଅମାପ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରିଥିଲା ଭିଜିଲାନ୍ସ। କାରଣ ତାଙ୍କ ନାମରେ ବହୁପରିମାଣରେ ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ସୂଚନା ମିଳିଥିଲା।
ଦୁର୍ନୀତି ଗ୍ରସ୍ତ ଆଇଏଫଏସ ପାଠକଙ୍କ ବାସଭବନ ସହିତ ଅନେକ ସ୍ଥାନରେ ହୋଇଥିବା ଚଢାଉକୁ ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଅନେକ ଦିନର ତଲାସିରେ ପାଠକଙ୍କ ଘରୁ ଓ ଅନେକ ଠିକଣାରୁ ଅମାପ ସଂପତ୍ତି ମିଳିଥିଲା। ଗୁରୁବାର ତାରିଖରେ ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଥିଲା।
ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ବେଳେ ଘରୁ ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ, ୮୦୦ ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା।