ମଶା ତେଲ କିଣା ଦୁର୍ନୀତି ମାମଲା : ୪ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

Published By : Prameya-News7 Bureau | December 13, 2024 IST

ଝାରସୁଗୁଡ଼ା ୧୩।୧୨: ଝାରସୁଗୁଡ଼ା ପୌର ପରିଷଦରେ ମଶା ତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ୪ ଜଣଙ୍କୁ ଗିରଫ କରିଛି । ପୌର ପରିଷଦ ଅକାଉଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ ଓ ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ସହ ମଶା ତେଲ ଯୋଗାଇ ଥିବା ଫ୍ୟୁଜନ୍ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲଙ୍କୁ ଗିରଫ କରିଛି । ସମସ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । 

ଗୁରୁବାର ଝାରସୁଗୁଡା ପୌର ପରିଷଦର ଦୁଇ ଅଧିକାରୀଙ୍କ ସହ ସପ୍ଲାୟରଙ୍କୁ ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ଜେରା କରାଯିବା ପରେ ଝାରସୁଗୁଡା ଅଣାଯାଉଛି । ମଶା ତେଲ ୭୭ ଟଙ୍କା ବଦଳରେ ୭୪୦ ଟଙ୍କା ଲିଟର ପିଛା ୭ ହଜାର ୫ଶହ ଲିଟର କିଣିଥିଲେ ପୌର ପରିଷଦ।

You Can Read:

ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କରିବେ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୪’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.