ଭିଜିଲାନ୍ସ ଜାଲରେ ଆରଆଇ, ୫୦୦ଟଙ୍କା ଲାଞ୍ଚ ନେବାବେଳେ ଗିରଫ
12/02/2020 at 7:07 AM

ସୋର ୧୨।୨: ଭିଜିଲାନ୍ସ ଜାଲରେ ସୋର ତହସିଲ ଅନ୍ତର୍ଗତ କୁଡେଇ ଆରଆଇ । ଲିଗାଲ ହେୟାର ସାର୍ଟିଫିକେଟ୍ ପାଇଁଁ ୫ଶହ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଗିରଫ କରିଛି । ଆରଆଇ ରାକେଶ କୁମାର ପ୍ରଧାନ ଗିରଫ ସହିତ ଆରଆଇ ବ୍ୟବହାର କରୁଥିବା କାରକୁ ଜବତ କରିଛି ଭିଜିଲାନ୍ସ ବିଭାଗ ।

ସୂଚନାଯୋଗ୍ୟ ଯେ, କୁଡେଇ ଆରଆଇ ରାକେଶ କୁମାର ପ୍ରଧାନ ଶରଶଙ୍ଖ ଗ୍ରାମର ହେମନ୍ତ କୁମାର ପଣ୍ଡାଙ୍କଠାରୁ ସୋର ତହସିଲ କ୍ୟାମ୍ପସରେ ଲିଗାଲ ହେୟାର ପାଇଁ ୫ଶହ ଟଙ୍କା ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଲେଶ୍ବର ଭିଜିଲାନ୍ସ ବିଭାଗ କର୍ମଚାରୀ ଆରଆଇ ରାକେଶ କୁମାର ପ୍ରଧାନଙ୍କୁ ଧରିଥିଲେ । ଆରଆଇ ବ୍ୟବହାର କରୁଥିବା କାରକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି । ବାଲେଶ୍ବର ଭିଜିଲାନ୍ସ ବିଭାଗର ଡିଏସପି ଏସ.କେ. ସାମନ୍ତରାୟ ଚଢାଉରେ ନେତୃତ୍ବ ନେଇଥିଲେ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023