ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗିର ଧଣ୍ଡାମୁଣ୍ଡା ସମବାୟ ସମିତି ସମ୍ପାଦକ
4/10/2018 at 10:26 AM

ବଲାଙ୍ଗିର ୪|୧୦: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗିର ଧଣ୍ଡାମୁଣ୍ଡା ସମବାୟ ସମିତି ସମ୍ପାଦକ ବଂଶିଧର ପ୍ରଧାନ । ଋଣ ପାଇଁ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବଂଶୀଧରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଧଣ୍ଡାମୁଣ୍ଡାର ରାଜେଶ ସାହୁ ନାମକ ଜଣେ ଚାଷୀ ୨୬ ହଜାର ଟଙ୍କା ଋଣ ପାଇଁ ଆବେଦନ କରିଥିଲେ । ତେବେ ୧୦ ହଜାର ଟଙ୍କା ଲାଞ୍ଚ ଦେଲେ ଋଣର ପରିମାଣକୁ ବଢ଼ାଇ ଦେବେ ବୋଲି କହିଥିଲେ ବଂଶିଧର । ରାଜେଶ ୧୦ ହଜାର ବଦଳରେ ବଂଶିଧରଙ୍କୁ ୮ ହଜାର ଟଙ୍କା ଲାଞ୍ଚ ଦେଉଥିବେଳେ ବଂଶିଧରଙ୍କୁ ଗିରଫ କରିଛି ଭିଜିଲାନ୍ସ । ବଂଶିଂଧରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଲାଙ୍ଗୀର ଭିଜିଲାନ୍ସ।