ଭିଜିଲାନ୍ସ ଜାଲରେ ବଡ଼ବିଲ ଏଆର୍‌ଆଇ, ଜମି ଚିହ୍ନଟ ପାଇଁ 3 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

Published By : Prameya-News7 Bureau | February 25, 2020 IST

ବଡବିଲ ୨୫।୦୨: ଭିଜିଲାନ୍ସ ଜାଲରେ ଏଆରଆଇ । କେନ୍ଦୁଝର ବଡ଼ବିଲ ତହସିଲ ଏଆରଆଇ (ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ବର ମାରାଣ୍ଡି ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।  ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ।

{"id":229083,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଡ଼ବିଲ କାରାକୋହ୍ଲ ଅଂଚଳର ଜାକଲିଅସ୍ କିସପଟା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଚିହ୍ନଟ ପାଇଁ 3 ହଜାର ଟଙ୍କା ଲାଂଚ ନେଉଥିଲେ ଏଆର୍ଆଇ ରାମେଶ୍ବର ମାରାଣ୍ଡି । ଜାକଲିଅସଙ୍କ ଅନୁଯାୟୀ, ଜମି ଚିହ୍ନଟ ପାଇଁ ସେ ବଡ଼ବିଲ ତହସିଲରେ ଆବେଦନ କରିଥିଲେ । ତହସିଲଦାରଙ୍କ ପକ୍ଷରୁ ଜମି ଚିହ୍ନଟ ପାଇଁ ଆଦେଶ ଦିଆଯାଇଥିଲା । ତେବେ ଏଆର୍ଆଇ ରାମେଶ୍ବର ମାରାଣ୍ଡି ବିଭିନ୍ନ ଆଳ ଦେଖାଇ ଶୀଘ୍ର ଜମି ଚିହ୍ନଟ ହୋଇପାରିବ ନାହିଁ । ଏବଂ ୫ ହଜାର ଟଙ୍କା ଦେଲେ ତୁରନ୍ତ ଜମି ଚିହ୍ନଟ କରାଇଦେବେ ବୋଲି କହିଥିଲେ । 

{"sizeSlug":"large"}

ଏହାପରେ ଗତ ୨୦ ତାରିଖରେ ୩ ହଜାର ଟଙ୍କାରେ କଥା ଛିଡ଼ଥିଲା ଏବଂ  ଏନେଇ ଜାକଲିଅସ୍ କିସପଟା କେନ୍ଦୁଝର ଭିଜିଲାନ୍ସକୁ ଜଣାଇଥିଲେ । ମଙ୍ଗଳବାର ବଡ଼ବିଲ ଆରଆଇ ଅଫିସରେ ଜାକଲିଅସ୍ କିସପଟାଙ୍କ ଠାରୁ ୩ ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଏଆର୍ଆଇ ରାମେଶ୍ବର ମାରାଣ୍ଡିଙ୍କୁ ଧରିଛି । ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେପଟେ ଲାଞ୍ଚ ନେବା କଥାକୁ ଅସ୍ବୀକାର କରିଛନ୍ତି ଏଆରଆଇ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.