ଆନନ୍ଦପୁର ୨୨।୨: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଠାରେ ଥିବା ୫ଗୋଟି ସ-ମିଲ୍ , ସରସ୍ବତୀ, କୋଣାର୍କ, ବିଓ୍ବା, ଆନନ୍ଦପୁର ଓ ସନ୍ତୋଷୀ ସ-ମିଲ୍ରେ ଗୁରୁବାର ବାଲେଶ୍ଵର ଓ କଟକ ଭିଜିଲାନ୍ସ ବିଭାଗ ସମେତ ଆନନ୍ଦପୁର ବନ ବିଭାଗର ମିଳିତ ଚଢାଉ ହୋଇଛି । ଚଢାଉ ସମୟରେ ସେଠାରେ ମହଜୁଦ କାଠ ଗୁଡିକର ଆବଶ୍ୟକୀୟ କାଗଜପତ୍ର ଓ କାଠ ଗୁଡିକରେ ପିଟା ଯାଇଥିବା ପାସିଂ ହାମାରକୁ ତନତନ କରି ଦେଖିଥିଲେ ଏହି ଟିମ୍ ।
ସମିଲ୍ ମଧ୍ୟରୁ ପ୍ରାୟ ଅନେକ ସମିଲ୍ ଭିତରେ ଓ ବାହାରେ ପଡିଥିବା ଅନେକ କାଠ ଗଣ୍ଡିରେ ପାସିଂ ହାମାର ନଥିବାରୁ ସେଗୁଡିକୁ ଜବତ କରିଛି ଭିଜିଲାନ୍ସ ବିଭାଗ । ଜବତ କାଠକୁ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ପରବର୍ତ୍ତୀ ସମୟରେ ଜବତ କାଠର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପରେ ସ୍ଥାନୀୟ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲିଭି ଜିଲାନ୍ସ ଅଧିକାରୀ କହିଛନ୍ତି । ଆଜିର ଏହି ଚଢାଉ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଓ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ତତ୍ତ୍ବାବଧାନରେ ହୋଇଛି । ଏହା ଏକ ରୁଟିନ୍ କାର୍ଯ୍ୟକ୍ରମ ଓ ଏହାର ଉଦ୍ଦେଶ୍ୟ ରାଜ୍ୟରେ ଲାଇସେନ୍ସପ୍ରାପ୍ତ ସମିଲ୍ ସବୁ ଆଇନ ଭିତରେ ରହି କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ଜାଣିବା ପ୍ରକୃତ ଉଦ୍ଦେଶ୍ୟ ରହିଥିବା ଭିଜିଲାନ୍ସ ଡାଇରୋକ୍ଟରିଏଟ୍ର ଡିସିଏଫ୍ ରଜନୀକାନ୍ତ ମହାନ୍ତି କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/train-engine-catches-fire-near-joranda-station-of-dhenkanal-district/","type":"wp-embed","providerNameSlug":"prameya-news-7"} /wp:embed